Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Pratap Chandra Pradhan
@pcpradhan24
MLA | Angul Constituency | Member of Odisha Legislative Assembly | Apex Council Member Of Odisha Cricket Association | Bharatiya Janata Party (BJP)
Joined April 2025
15
Following
75
Followers
1.1K
Posts
Pinned Tweet
Pratap Chandra Pradhan
@pcpradhan24
5 months ago
ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ଭାରତ ର ମହାମହିମ ରାଷ୍ଟ୍ରପତି President of India ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଙ୍କୁ ସାକ୍ଷାତ କରି ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶତ ବାର୍ଷିକୀ ସୋମାରହ ଯୋଗଦେବା କୁ ଅନୁରୋଧ କରି ,ଅନୁଗୁଳ ଜିଲ୍ଲା ର ବିଭିନ୍ନ ଉନ୍ନତିମୂଳକ ବିଷୟରେ ଆଲୋଚନା କରିଥିଲୁ ।
See More
Pratap Chandra Pradhan
@pcpradhan24
about 11 hours ago
ଅନୁଗୁଳ ବଡକେରା ଜୁକୁବ ର ବାସିନ୍ଦା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆମ ଦଳର ବରିଷ୍ଠ ନେତା ଶ୍ରୀ ଧରଣୀଧର ସାହୁ (ଧନୀ ଭାଇ) ଙ୍କ ପୁଅ ଅଭିରାମ ସାହୁ (ଭିକି) ଙ୍କର ଗତ ୧୫ ତାରିଖ ଦିନ ଏକ ଅଭାବନୀୟ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା। ଦଳ ର ନେତୃବୃନ୍ଦ ଙ୍କ ସହିତ ତାଙ୍କ ବାସଭବନକୁ ଯାଇ ଧନୀ ଭାଇ ଓ ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ପୁଅ ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଇଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିଥିଲୁ । ବିଜେପି ନେତା ଶ୍ରୀ ପ୍ରଶାନ୍ତ ପୃଷ୍ଟି, ବଡକେରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ହାଡିବନ୍ଧୁ ବେହେରା, ସରକାରୀ ଆଡଭୋକେଟ ଶ୍ରୀ ଅର୍ଜୁନ ମୁଦୁଲି, ଶ୍ରୀ ପ୍ରଦୀପ ଦେବତା, ବିଜେପି ନେତା ଶ୍ରୀ ବାଉରୀ ବେହେରା, ଶ୍ରୀ ଅନିଲ ପୃଷ୍ଟି, ଶ୍ରୀ ବାପି ଜେନା, ବିଜେପି ଯୁବମୋର୍ଚ୍ଚା ର ସଦସ୍ୟ ଅବିନାଶ ବେହେରା ମଧ୍ୟ ଉପସ୍ଥିତ ରହି ଧନୀ ଭାଇ ଓ ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ପୁଅ ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଇଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
See More
Pratap Chandra Pradhan
@pcpradhan24
about 11 hours ago
ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଶଙ୍ଖପୁର ଗ୍ରାମ ପଞ୍ଚାୟତ ଖାଲଗାଁ ଗ୍ରାମର ଇଷ୍ଟଦେବୀ ମା ରାମଚଣ୍ଡୀ ଙ୍କ ନୂତନ ମନ୍ଦିର ନିର୍ମାଣ ର ଭୂମିପୂଜନ ଉତ୍ସବରେ ଯୋଗଦେଇ ମା ଙ୍କ ଆଶିର୍ବାଦ କାମନା କରି ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିବା ସହିତ ମା ଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲି । ବିଜେପି ନେତା ଶ୍ରୀ ଅମୂଲ୍ୟ ପ୍ରଧାନ, ଶଙ୍ଖପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଜ୍ୟୋତିର୍ମୟୀ ଦେହୁରୀ, ବିଜେପି ର ପଞ୍ଚାୟତ ସଭାପତି ଶ୍ରୀ ନିର୍ମଳ ପ୍ରଧାନ, ସମିତି ସଭ୍ୟ ଶ୍ରୀ ସୁମନ୍ତ ସାହୁ, ବିଜେପି ନେତା ଶ୍ରୀ ମୁନା ସାହୁ, ବିଜେପି ଯୁବମୋର୍ଚ୍ଚା ର ସଦସ୍ୟ ଦୀପକ ସାହୁ ମଧ୍ୟ ମା ରାମଚଣ୍ଡୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହି ମା ଙ୍କ ଆଶିର୍ବାଦ କାମନା କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
See More
Pratap Chandra Pradhan
@pcpradhan24
3 days ago
କୃଷିଭିତ୍ତିକ ଗଣପର୍ବ ‘ରଜ’ର ଦ୍ୱିତୀୟ ଦିବସ ତଥା ପବିତ୍ର 'ରଜ ସଂକ୍ରାନ୍ତି' ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି l
#HappyRajaSankranti
Pratap Chandra Pradhan
@pcpradhan24
5 days ago
ଓଡ଼ିଶାର ମାନନୀୟ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ Kanak Vardhan Singh Deo ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଅନୁଗୁଳ ର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ ଙ୍କ ନିକଟରେ ଆପଣଙ୍କ ଦୀର୍ଘ, ନିରାମୟ ଓ ସୁଖମୟ ଜୀବନ କାମନା କରୁଛି । ଜନସେବାରେ ଆପଣଙ୍କର ନିରନ୍ତର ପ୍ରୟାସ ଓ ପ୍ରତିବଦ୍ଧତା ଆଗାମୀ ଦିନରେ ଓଡ଼ିଶାକୁ ଆହୁରି ସମୃଦ୍ଧ କରୁ ।
See More
Pratap Chandra Pradhan
@pcpradhan24
5 days ago
"ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ..." ଓଡିଶା ର ଗଣ ପର୍ବ 'ରଜ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଧରିତ୍ରୀ ମାତା, ନାରୀତ୍ୱ ଏବଂ ମୌସୁମୀର ଆଗମନକୁ ସ୍ୱାଗତ କରୁଥିବା ଆମ ଓଡ଼ିଶାର ଗଣପର୍ବ 'ରଜ' ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଆନନ୍ଦ ଭରିଦେଉ ଏହାହିଁ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା । ଆଜିର ଏହି ବିଶେଷ ଦିନରେ ପୋଡ଼ ପିଠାର ସ୍ୱାଦ, ରଜ ଦୋଳିର ମଜା ଏବଂ ମିଠା ପାନର ତୃପ୍ତି ସହ ରଜ ପର୍ବକୁ ଧୂମଧାମରେ ପାଳନ କରନ୍ତୁ । #ରଜପର୍ବ #RajaParba #HappyRaja #OdishaFestivals #OdiaCulture
See More
Pratap Chandra Pradhan
@pcpradhan24
9 days ago
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କ ୪୩୯୯ ଦିନର ବିକାଶ ଯାତ୍ରା...
#LongestServingElectedPMModi
Pratap Chandra Pradhan
@pcpradhan24
9 days ago
ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ୪,୩୯୯ ଦିନ ଧରି ଭାରତର ସବୁଠାରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ଭାବରେ ଯାତ୍ରା ଜାରି ରଖିଛନ୍ତି ।
#LongestServingElectedPMModi
Pratap Chandra Pradhan
@pcpradhan24
9 days ago
ଭାରତର ଗଣତାନ୍ତ୍ରିକ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ! ଭାରତର ଗଣତାନ୍ତ୍ରିକ ଇତିହାସରେ ଦୀର୍ଘ ସମୟ ଧରି କ୍ରମାଗତ ଭାବରେ ସେବା କରୁଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଅନନ୍ୟ ଗୌରବ ଅର୍ଜନ କରିଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ
@narendramodi
ଜୀ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ବିଗତ ୧୨ ବର୍ଷ ମଧ୍ୟରେ ଆପଣଙ୍କ ଦକ୍ଷ ନେତୃତ୍ୱ ଦେଶରେ ଅନେକ ଯୁଗାନ୍ତକାରୀ ସଂସ୍କାର ଆଣିବା ସହ ଭାରତର ବିକାଶ ଯାତ୍ରାକୁ ଏକ ନୂଆ ସ୍ଵରୂପ ଦେଇପାରିଛି l ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀ, ମହିଳାଙ୍କ ଠାରୁ ଏମ୍ଏସ୍ଏମ୍ଇ ଏବଂ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟନ୍ତ—ମୋଦୀ ସରକାରଙ୍କ ପ୍ରତ୍ୟେକ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚି ଦେଶର କୋଟି କୋଟି ଜନସାଧାରଣଙ୍କୁ ସଶକ୍ତ କରିପାରିଛି l ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ ଆଜି ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମିର ସମ୍ପ୍ରସାରଣ, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ସାମାଜିକ ସଶକ୍ତୀକରଣ ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି l ବିଶ୍ୱ ଦରବାରରେ ଭାରତର ଗୌରବ ବୃଦ୍ଧି ସହ ଆମର ସାଂସ୍କୃତିକ ଓ ସଭ୍ୟତାଗତ ଚେତନାର ପୁନରୁଦ୍ଧାର ମଧ୍ୟ ସମ୍ଭବ ହୋଇପାରିଛି l ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳର ୧୨ ବର୍ଷ ସମ୍ପୂର୍ଣ୍ଣ କରିଥିବା ବେଳେ, ଆପଣଙ୍କ ପ୍ରେରଣାଦାୟୀ ନେତୃତ୍ୱ କୋଟି କୋଟି ଭାରତୀୟଙ୍କୁ ଅନୁପ୍ରାଣିତ କରୁଛି ଏବଂ ୨୦୪୭ ସୁଦ୍ଧା ଏକ ‘ବିକଶିତ ଭାରତ’ ଗଠନ ଦିଗରେ ଦେଶର ଏହି ରୂପାନ୍ତରଣ ଯାତ୍ରାକୁ ମାର୍ଗଦର୍ଶନ କରୁଛି l ଅନୁଗୁଳ ତଥା ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ତରଫରୁ, ମୁଁ ଆପଣଙ୍କୁ ଭାରତ ମାତାର ନିରନ୍ତର ସେବା ପାଇଁ ପୁଣିଥରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି l ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ, ନିରାମୟ ଓ ସୁଖମୟ ଜୀବନ କାମନା କରିବା ସହିତ ଆଗାମୀ ଦିନର ସଫଳତା କାମନା କରୁଛି l #12YearsOfSeva #NarendraModi #PMOIndia #BharatiyaJanataPartyBJP #BJPOdisha
See More
Pratap Chandra Pradhan
@pcpradhan24
15 days ago
🙏 ଧନ୍ୟବାଦ ଅନୁଗୁଳ 🙏 ସେବା, ସଂକଳ୍ପ ଓ ବିଶ୍ୱାସର ଏହି ଐତିହାସିକ ଯାତ୍ରାକୁ ପୂରଣ ହୋଇଛି ଦୁଇ ବର୍ଷ । ଆଜି ଜୁନ୍ ୪ ଏହି ଦିନଟି ମୋ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟ । ଆପଣମାନଙ୍କର ଅମୂଲ୍ୟ ଆଶୀର୍ବାଦ, ଅକୁଣ୍ଠ ସମର୍ଥନ ଓ ଅତୁଟ ବିଶ୍ୱାସ ବଳରେ ମୁଁ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ପବିତ୍ର ବିଧାନସଭାରେ ଆପଣମାନଙ୍କର ସ୍ୱର ହୋଇପାରିଛି । ଗତ ଦୁଇ ବର୍ଷ ଧରି ମୁଁ ନିରନ୍ତର ଭାବେ ଆପଣମାନଙ୍କ ମଧ୍ୟରେ ରହି, ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ପରିବାରର ସୁଖ-ଦୁଃଖର ସାଥୀ ହେବାକୁ ପ୍ରୟାସ କରିଛି । ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଅନୁଗୁଳ ର ସର୍ବାଙ୍ଗୀନ ବିକାଶ ହିଁ ମୋର ପ୍ରାଥମିକତା ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ । ଆପଣମାନଙ୍କ ସ୍ନେହ, ସହଯୋଗ ଓ ଆଶୀର୍ବାଦକୁ ଶକ୍ତି ଭାବେ ନେଇ ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଅନୁଗୁଳ ଗଠନ ପାଇଁ ମୁଁ ସଦା ସର୍ବଦା ସମର୍ପିତ ରହିବି । Narendra Modi Dharmendra Pradhan Mohan Charan Majhi Bharatiya Janata Party (BJP) BJP Odisha Bjp Angul
See More
Pratap Chandra Pradhan
@pcpradhan24
18 days ago
ଅନୁଗୁଳ ବ୍ଲକ୍ ର ବିଡିଓ ଡା ବିଶ୍ଵଭୂଷଣ, ବର୍ତ୍ତମାନ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଲୋକ ମିଶ୍ର, ବ୍ଲକ୍ ର ଯନ୍ତ୍ରୀ, ଯୁଗ୍ମ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ଶ୍ରୀ ବେହେରା ଓ ଶ୍ରୀ ପ୍ରଧାନ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କ ସୁଖମୟ ଅବସର ଜୀବନ କାମନା କରିଥିଲେ।
See More
Pratap Chandra Pradhan
@pcpradhan24
18 days ago
ଅନୁଗୁଳ ବ୍ଲକ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହୃଦାନନ୍ଦ ବେହେରା ଓ ବ୍ଲକ୍ ଅର୍ଥ ଅଧିକାରୀ ଶ୍ରୀ ସତ୍ୟାନନ୍ଦ ପ୍ରଧାନ ଙ୍କ ଚାକିରି ଜୀବନ ର ଅବସର ଗ୍ରହଣ ଅବସରରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ଉପସ୍ଥିତ ରହି ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇ ତାଙ୍କ ସୁଖମୟ ଅବସର ଜୀବନ କାମନା କରିବା ସହିତ ଅନୁଗୁଳ ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ରେ କିପରି ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିବ ଓ ଯୋଗ୍ୟ ହିତାଧିକାରୀ ମାନେ କିପରି ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ଲକ୍ ପ୍ରଶାସନ ର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲି ।
See More
Pratap Chandra Pradhan
@pcpradhan24
19 days ago
ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟ ମିଶ୍ରପଡା ଠାରେ ଆଜି ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ୧୩୪ ତମ ପ୍ରେରଣାଦାୟୀ 'ମନ୍ କି ବାତ୍' କାର୍ଯ୍ୟକ୍ରମ କୁ ଦଳ ର ନେତୃବୃନ୍ଦ ଓ କର୍ମକର୍ତ୍ତା ମାନଙ୍କ ସହିତ ଶୁଣିବା ସହିତ ଜନଭାଗିଦାରୀ ଓ ସାମାଜ ସଂସ୍କାର ଉପରେ ଆଧାରିତ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ବିଚାର ଆମ ସମସ୍ତଙ୍କ ମଧ୍ଯରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି । ଏହା ଆମକୁ ଦେଶ ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶ ଏବଂ ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ନୂତନ ଶକ୍ତି ଓ ପ୍ରେରଣା ପ୍ରଦାନ କରିବ। #MaanKiBaat
See More
Pratap Chandra Pradhan
@pcpradhan24
19 days ago
ମୋ ସହିତ ଅନୁଗୁଳ ଜିଲ୍ଲା ଟ୍ରକ୍ ମାଲିକ ସଂଘ ର ସଭାପତି ଶ୍ରୀ ଅମରେଶ ଚନ୍ଦ୍ର ସ୍ଵାଇଁ, ବିଜେପି ନେତା ଶ୍ରୀ ସୋମନାଥ ରାଉତ, ଆୟୋଜିତ କମିଟି ର ସଦସ୍ୟ ଶ୍ରୀ ହେମନ୍ତ ଜେନା, ଶ୍ରୀ ସଞ୍ଜୟ କୁମାର ସାହୁ, କାଉନସିଲର ଶ୍ରୀ ବଲରାମ ଜେନା, ଶ୍ରୀ ଶୁଭ୍ରାଂଶୁ ପ୍ରଧାନ, ବିଜେପି ଅନୁଗୁଳ ନଗର ମଣ୍ଡଳର ସଭାପତି ଶ୍ରୀ ପବନ ମାଣ୍ଡୋଠିଆ, ଶ୍ରୀ ରଶ୍ମିରଞ୍ଜନ ସାହୁ ମଧ୍ୟ ଉପସ୍ଥିତ ରହି ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ।
See More
Pratap Chandra Pradhan
@pcpradhan24
19 days ago
ଅନୁଗୁଳ ମୁନିସିପାଲିଟି ହେମସୁରପଡା ର ଶ୍ରୀ ଗଣେଶ ନାଟ୍ୟ ସଂସଦ ତରଫରୁ ଆୟୋଜିତ ସାମାଜିକ ନାଟକ ପରିବେଷଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଆୟୋଜକ ଓ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲି।
Pratap Chandra Pradhan
@pcpradhan24
19 days ago
ଏହି ଗୁରୁତ୍ଵପୂର୍ଣ୍ଣ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସରେ ଢେଙ୍କାନାଳ ଲୋକସଭା ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ Rudra Narayan Pany, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ Simanchal Khatai ,ଅନୁଗୁଳ ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ Golak Mohapatra , ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦୀ ସାମଲ, ପାଲଲହଡାର ମାନ୍ୟବର ବିଧାୟକ ତଥା ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ Ashok Mohanty ,ଛେଣ୍ଡିପଦାର ମାନ୍ୟବର ବିଧାୟକ ଶ୍ରୀ Agasti Behera , ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକର ପୂର୍ବତନ ବିଧାୟକ ଶ୍ରୀ Sanjeeb Kumar Sahoo ,ଆଠମଲ୍ଲିକ ର ପୂର୍ବତନ ବିଧାୟକ ଶ୍ରୀ ରମେଶ ସାଏ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ଦିଲେଶ୍ଵର ପ୍ରଧାନ, ଏହି ପ୍ରଶିକ୍ଷଣ ଶିବିରର ପ୍ରଭାରୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାଧାକାନ୍ତ ମହନ୍ତ, ସହ ପ୍ରଭାରୀ ଶ୍ରୀ ସୁନୀଲ ଶର୍ମା ଙ୍କ ସମେତ ଦଳର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ, ଜିଲ୍ଲା ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ମଣ୍ଡଳ ପ୍ରଭାରୀ ମଣ୍ଡଳ ସଭାପତି ଓ କର୍ମଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
See More
Pratap Chandra Pradhan
@pcpradhan24
19 days ago
ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ହୋଟେଲ କମଲେଶ କଣ୍ଟିନେଣ୍ଟାଲ୍ ଠାରେ ଆୟୋଜିତ ଦୁଇ ଦିନିଆ "ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬"ର ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସରେ ଓଡିଶା ସରକାର ଙ୍କର ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ Rabi Narayan Naik ଓ ଆମ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ସାମିଲ ହେବା ସହିତ ଆମ ଦଳ ର କର୍ମକର୍ତ୍ତା ମାନଙ୍କୁ ସେବା, ସୁଶାସନ, ରାଷ୍ଟ୍ର ପ୍ରଥମ ଏବଂ ଅନ୍ତ୍ୟୋଦୟକୁ ପାଥେୟ କରି ବିକଶିତ ଭାରତ ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଦୃଢ଼ ସଂକଳ୍ପ ନେବା ପାଇଁ ଆହ୍ଵାନ ଦେଇଥିଲୁ । ବିଜେପିର କାର୍ଯ୍ୟକର୍ତ୍ତା କେବଳ ଏକ ରାଜନୈତିକ କର୍ମୀ ନୁହନ୍ତି, ବରଂ ସେମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାଣର ପ୍ରକୃତ ବାହକ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 'ଅନ୍ତ୍ୟୋଦୟ' ଓ 'ଏକାତ୍ମ ମାନବବାଦ'ର ସିଦ୍ଧାନ୍ତକୁ ଆତ୍ମସାତ କରି ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ବିକାଶ ଓ ସୁଶାସନର ସୁଫଳ ପହଞ୍ଚାଇବା ପାଇଁ ଏହି ପ୍ରଶିକ୍ଷଣ ଶିବିର ସମସ୍ତଙ୍କୁ ଏକ ନୂତନ ଦିଗଦର୍ଶନ ଦେବ। ବିଶେଷ କରି ଆଗାମୀ ନିର୍ବାଚନ ପାଇଁ ପ୍ରତିଟି ବୁଥ୍କୁ ସୁଦୃଢ଼ କରିବା ସହ ଦଳର ବିଚାରଧାରା କୁ ଘରେ ଘରେ ପହଞ୍ଚାଇବା ପାଇଁ ଏହି ପ୍ରଶିକ୍ଷଣ ମହାଅଭିଯାନ ସମସ୍ତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ନୂତନ ଉର୍ଜା ଓ ଉତ୍ସାହ ସୃଷ୍ଟି କରିଛି। ଜନସେବା ଓ ସଂଗଠନର ଏହି ପ୍ରୟାସ ଆଗାମୀ ଦିନରେ ଅଞ୍ଚଳରେ ପ୍ରଗତିର ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଦୃଢ ଆଶା ଓ ବିଶ୍ବାସ।
See More
Pratap Chandra Pradhan
@pcpradhan24
21 days ago
ଏହି ଯୋଗ ସତ୍ର ରେ ଯୋଗଗୁରୁ ଶ୍ରୀ ଅଭୟ ରାୟ ଯୋଗ ଶିକ୍ଷା ପ୍ରଦାନ କରିଥଲେ । ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯଯାତି ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ର ପୂର୍ବତନ ବିଧାୟକ ଶ୍ରୀ ସଂଜୀବ ସାହୁ, ଆମ ଦଳ ର ରାଜ୍ୟ, ଜିଲ୍ଲା ପଦାଧିକାରୀ, ମଣ୍ଡଳ ପ୍ରଭାରୀ, ମଣ୍ଡଳ ସଭାପତି, ମଣ୍ଡଳ ସାଧାରଣ ସମ୍ପାଦକ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୁସ୍ଥ ଶରୀର ଓ ସକାରାତ୍ମକ ଚିନ୍ତାଧାରା ହିଁ ଜଣେ ସଫଳ କାର୍ଯ୍ୟକର୍ତ୍ତାର ପ୍ରମୁଖ ଶକ୍ତି। ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ସହିତ ଜନସେବା ପାଇଁ ନୂତନ ଉର୍ଜା ଓ ପ୍ରେରଣା ମିଳିଥାଏ। ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଆଦର୍ଶ ଓ ସେବାଭାବକୁ ଆତ୍ମସାତ କରି ସଂଗଠନକୁ ଆହୁରି ସୁଦୃଢ କରିବା ଦିଗରେ ଏହି ପ୍ରଶିକ୍ଷଣ ଶିବିର ନିଶ୍ଚିତ ଭାବେ ମାର୍ଗଦର୍ଶକ ହେବ।
See More
Pratap Chandra Pradhan
@pcpradhan24
21 days ago
ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ହୋଟେଲ କମଲେଶ କଣ୍ଟିନେଣ୍ଟାଲ୍ ଠାରେ ଆୟୋଜିତ ଦୁଇ ଦିନିଆ “ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬” ର ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସରେ ସକାଳର ଯୋଗ ସତ୍ରରେ ରାଜ୍ୟ, ଜିଲ୍ଲା ଓ ଦଳର ସମସ୍ତ ନେତୃମଣ୍ଡଳୀଙ୍କ ସହିତ ଯୋଗଦେଇ ଯୋଗ ଓ ପ୍ରାଣାୟାମ କରିବା ସହିତ ସୁସ୍ଥ ରହିବା ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲୁ।
See More
Pratap Chandra Pradhan
@pcpradhan24
21 days ago
ବିଶ୍ଵର ସର୍ବ ବୃହତ ରାଜନୈତିକ ଦଳ 'ଭାରତୀୟ ଜନତା ପାର୍ଟି' ସର୍ବଦା ରାଷ୍ଟ୍ର ପ୍ରଥମ ନୀତି ଆପଣାଇ ଏକ ଭାରତ, ଆତ୍ମ ନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରିଚାଲିଛି। ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ''ଅନ୍ତୋଦୟ ଓ ଏକାତ୍ମା ମାନବବାଦ'' ସିଦ୍ଧାନ୍ତ ଏବଂ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କ ସବକା ସାଥ,ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ରକୁ ପାଥେୟ କରି ରାଜ୍ୟରେ ବିଜେପି ସରକାର ସମାଜର ଅନ୍ତିମ ସୋପାନ ରେ ଥିବା ବ୍ୟକ୍ତିବିଶେଷ ଙ୍କ ଉତ୍ଥାନ ତଥା ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଆଗାମୀ ଦିନରେ 'ସମୃଦ୍ଧ ଓଡ଼ିଶା' ଗଠନ ସହ ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ କୁ ସୁନିଶ୍ଚିତ କରିବା ଆମର ସଂକଳ୍ପ।
See More
Pratap Chandra Pradhan
@pcpradhan24
21 days ago
ଅନୁଗୁଳ ମୁନିସିପାଲିଟି ହୋଟେଲ କମଲେଶ୍ କଣ୍ଟିନେଣ୍ଟାଲ୍ ଠାରେ ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ Pratap Chandra Sarangi, ଢେଙ୍କାନାଳ ଲୋକସଭା ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ Rudra Narayan Pany , ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ Simanchal Khatai, ଅନୁଗୁଳ ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ Golak Mohapatra, ପାଲହଡା ର ମାନ୍ୟବର ବିଧାୟକ ତଥା ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ Ashok Mohanty ,ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀ Jajati Pattnayak, ପୂର୍ବତନ ମନ୍ତ୍ରୀ ଆଠମଲ୍ଲିକ ର ପୂର୍ବତନ ବିଧାୟକ ଶ୍ରୀ Sanjeeb Kumar Sahoo ,ଆଠମଲ୍ଲିକ ର ପୂର୍ବତନ ବିଧାୟକ ଶ୍ରୀ ରମେଶ ସାଏ, ପୂର୍ବତନ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀ Dileswar Pradhan ଓ ଆମ ଦଳ ର ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ଯୋଗଦେଇ ଆମ ଦଳ ର କର୍ମକର୍ତ୍ତା ମାନଙ୍କର ସ୍ପଷ୍ଟତା, ସାଂଗଠନିକ ଦକ୍ଷତା ଓ ନେତୃତ୍ୱ ବିକାଶ ସମ୍ପର୍କରେ ଆଲୋଚନା କରିଥିଲୁ।
See More
Last Seen Users on Sotwe
Eş Sevgili İfşa Paylaşım Platformu
Seen from
Turkey
suaminakal
Seen from
Indonesia
Youssef Gehad 7
Seen from
Egypt
Indo bokep 18+
Seen from
Indonesia
حمود
Seen from
Saudi Arabia
Stw bangett
Seen from
Indonesia
karmen de ville
Seen from
Indonesia
nuran
Seen from
Turkey
Matures On Cam
Seen from
Turkey
teman dekatmu
Seen from
Germany
Trends for you
1
Juneteenth
Under 10K tweets
2
Fauci
Under 10K tweets
3
Lebanon
Under 10K tweets
4
Meloni
Under 10K tweets
5
Tulsi
Under 10K tweets
6
Emancipation Proclamation
Under 10K tweets
7
#FreedomDay
Under 10K tweets
8
LINGORM ILF EP1
Under 10K tweets
9
Galveston
Under 10K tweets
10
#SeLeCayóElTeatro
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.9M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.6M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫